ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ଲାଗିଲା ଭୟଙ୍କର ନିଆଁ । ଭୟରେ ୫ମହଲା ତଳକୁ ଡେଇଁ ପଡିଲେ ଶ୍ରମିକ…

161

କନକ ବ୍ୟୁରୋ : ଗୁଜୁରାଟର ହୀରା ନଗରୀ କୁହାଯାଉଥିବା ସୁରଟରୁ ଆସିଲା ଛାତି ଥରାଇଦେଲା ଭଳି ଦୃଶ୍ୟ । ଆଜି ସକାଳୁ ସକାଳୁ ସୁରଟ ବରେଲି ସ୍ଥିତ ଏକ ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ନିଆଁରେ ଜଣେ ଶ୍ରମୀକର ମୃତ୍ୟୁ ହୋଇଥାବା ସୂଚନାରୁ ଜଣାପଡିଛି ।
ସୂଚନା ଅନୁଯାୟୀ, ସକାଳୁ ସକାଳୁ ପ୍ୟାକେଜିଂ ଫ୍ୟାକ୍ଟ୍ରିର ୫ମହଲା ଉପରେ କାମ ଚାଲିଥିଲା । ସବୁକିଛି ସାମାନ୍ୟ ଥିଲା, କିନ୍ତୁ ହଠାରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲା । ସେଠାରେ କାମ କରୁଥିବା ଶ୍ରମୀକ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡିବାକୁ ଲାଗିଲେ । କିଛି ବ୍ୟକ୍ତି ନିଆଁରେ ଜଳିଯିବା ଭୟରେ ୫ମହଲାରୁ ତଳକୁ ଡେଇଁ ପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପ୍ୟାକେଜିଂ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଖବର ପାଇ ତୁରନ୍ତି ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ନିଆଁ ଲାଗିବା ସମୟରେ ଫ୍ୟାକ୍ଟ୍ରିରେ ଅନେକ ଲୋକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୧୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ତରଫରୁ ସୂଚନା ମିଳିଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭିତରେ ଅନ୍ୟ କୌଣସି ବ୍ୟକ୍ତି ଫସିଛନ୍ତି କି ନାହିଁ ତାହା ଅଗ୍ନିଶମ କର୍ମଚାରୀ ଯାଞ୍ଚ କରୁଛନ୍ତି । ସେପଟେ ନିଆଁ ବର୍ତ୍ତମାନ ଆୟତରେ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି