ଏଣିକି ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଆଉ ଯିବାକୁ ପଡ଼ିବନି ନିର୍ଦ୍ଦେଶାଳୟ: ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ଦେଇପାରିବେ ନିରାପତ୍ତା ପ୍ରମାଣ ପତ୍ର; ଆବେଦନ କରିବାର ୧୮ ଦିନ ଭିତରେ ମିଳିବ ପ୍ରମାଣପତ୍ର

୨୦୨୦ ଏପ୍ରିଲରୁ ପ୍ରମାଣ ପତ୍ର ପାଇଁ ଅନଲାଇନ ବ୍ୟବସ୍ଥା: ପ୍ରମାଣପତ୍ର ୨ ବର୍ଷ ଯାଏଁ ବୈଧ ରହିବ, ଆବାସିକ କୋଠାବାଡି କ୍ଷେତ୍ରରେ ୫ ବର୍ଷ ଯାଏଁ ବୈଧ ରହିବ

390

କନକ ବ୍ୟୁରୋ: ଏଣିକି ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଆସିବାକୁ ପଡ଼ିବନି ନିର୍ଦ୍ଦେଶାଳୟ । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ଦେଇପାରିବେ ନିରାପତ୍ତା ପ୍ରମାଣ ପତ୍ର । ବିଭିନ୍ନ ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପାଇଁ ଏବେ ଆଉ ଅଗ୍ନିମ ସେବା ନିର୍ଦ୍ଦେଶାଳୟକୁ ଦୌଡିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘୋଷଣା କରାଯାଇଛି ।

ତେବେ ଏହି ନିଷ୍ପତି ଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ । ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି । ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାରେ ୧୮ ଦିନ ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ କରିବେ । ଆଉ ପ୍ରମାଣ ପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ ଏବଂ ଆବାସିକ କୋଠାବାଡି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ । ଏହାଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବରତ୍ତ୍ ଆସିପାରିବ । ୨୦୧୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନିପରୀକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସଂପୂର୍ଣ୍ଣ ବ୍ୟବସ୍ଥା ଅନ ଲାଇନ ଜରିଆରେ କରିବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।