କନକ ବ୍ୟୁରୋ : ବନ୍ୟାଘେରରୁ ପ୍ରସୁତି ମହିଳାଙ୍କୁ ଉଦ୍ଧାର । ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ କଣ୍ଡିଆସାହୀ ଗାଁରୁ ଜଣେ ଗର୍ଭବତୀ ମହିଳାଙ୍କୁ ଦମକଳ ବାହୀନୀ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରାଯାଇଛି । ମାଧପୁର ପଂଚାୟତ କଣ୍ଡିଆ ସାହୀ ଗାଁର ପ୍ରକାଶ ଦାସଙ୍କ ପତ୍ନୀ ପ୍ରସବ ବେଦନା ହେବା ପରେ ଆଂବୁଲାନ୍ସ ସହିତ ଯୋଗ ଯୋଗ କରିଥିଲେ । ବନ୍ୟା ପାଣି ଘେରରେ ଥିବାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆସିବା ସହଜ ନଥିଲା । କାରଣ ମାଧପୁରକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।
ମତୋ ମାଧପୁର ରାସ୍ତାର ୮କିମି ରାସ୍ତା ଉପରେ ଦୁଇ ୩ଫୁଟର ପାଣି ଚାଲୁଥିବା ବଳେ ଗାଁ ରାସ୍ତାରେ ୮ ଫୁଟରେ ପାଣି ଚାଲୁଛି । ଅକାତ କାତ ପାଣିରେ ପାର ହୋଇ ମେଡ଼ିକାଲ ନେବାକୁ ସାହାସ ଜୁଟାଇପାରୁ ନଥିଲେ ପରିବାର ଲୋକେ । ଦମକଳ ବିଭାଗ ଖବର ପାଇ ଦେବଦୂତଭଳି ପହଁଚି ଥିଲା । ଦୀର୍ଘ ୮ କିମି ଜଳରାଶି ଅତିକ୍ରମ କରି ଗର୍ଭବତୀ ମହିଳାଙ୍କୁ ପହଁଚାଇଦେଇଥିଲା ଡାକ୍ତରଖାନାରେ । ଉଦ୍ଧାର ପରେ ପ୍ରଥମେ ମୂଖ୍ୟ ରାସ୍ତାକୁ ଅଣାଯାଇଥିଲା । ସେଠାରେ ଅପେକ୍ଷା କରିରହିଥିବା ୧୦୨ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡ଼ିକାଲକୁ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/Screen-Shot-2020-08-31-at-8.08.00-AM.png)