ରିଲର ନାୟକ ରିୟଲରେ ଦେଖାଇଛନ୍ତି ନିଜର ହିରୋପନ୍ତି । ଆଉ ନିଆଁ ଘେରରୁ ରକ୍ଷା କରିଛନ୍ତି ନାୟିକାଙ୍କୁ । ଘଟଣାଟି ଘଟିଛି ଲୋକପ୍ରିୟ ସିରିୟଲ୍ ‘ବେହଦ୍’ର ସୁଟିଂ ସେଟରେ । ଯେଉଁଥିରେ ନାୟକ କୁଶାଲ୍ ଟଣ୍ଡନ୍ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ସିନେମା ଷ୍ଟାଇଲରେ ନିଆଁରୁ ରକ୍ଷା କରିଛନ୍ତି ।
ସୂଚନା ଅନୁସାରେ, ସିରିୟଲର ଏକ ସିନରେ ନିଆଁର ଦୃଶ୍ୟ ଥିଲା । ଯେଉଁଥିରେ ନାୟକ ଓ ନାୟିକା ଉଭୟ ମଣ୍ଡପରେ ଲାଗିଥିବା ନିଆଁ ଭିତରେ ବିବାହ କରିବେ । ତେବେ ଦୁର୍ଭାଗ୍ୟ ବସତଃ ନିଆଁ ବ୍ୟାପି ଯାଇଥିଲା । ଆଉ ଭୟରେ ସମସ୍ତେ ଦୌଡା ଦୌଡି କରିବା ଭିତରେ ନାୟିକା ଜେନିଫର୍ କିନ୍ତୁ ରହିଯାଇଥିଲେ ମଣ୍ଡପରେ ଲାଗିଥିବା ନିଆଁ ମଝିରେ । ତେବେ ସିରିୟଲରେ ଲିଡ୍ ରୋଲରେ ଥିବା କୁଶାଲ୍ ପୁରା ସିନେମା ଷ୍ଟାଇଲରେ ନିଆଁ ଭିତରେ ପଶି ଜେନିଫରଙ୍କୁ ରକ୍ଷା କରିଥିଲେ । ଏହି ଦୁର୍ଘଟଣାରେ କୁଶାଲ୍ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/fie-beyhadh-1.jpg)