କନକ ବ୍ୟରୋ: ଅଳ୍ପକେ ବଞ୍ଚିଗଲା ୧୮୫ ଜଣଙ୍କ ଜୀବନ । ସ୍ପାଇସ୍ ଜେଟର ଏକ ବିମାନରେ ନିଆଁ ଲାଗିବା ପରେ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି । ବିହାର ରାଜଧାନୀ ପାଟଣା ସ୍ଥିତ ବିହତା ଏୟାରଫୋର୍ସ ଷ୍ଟେସନରେ ସ୍ୱାଇସ୍ ଜେଟର ବୋଇଙ୍ଗ ୭୨୭ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଛି । ତେବେ ବିମାନରେ ଥିବା ୧୮୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Advertisment

ସୂଚନା ମୁତାବକ, ସ୍ପାଇସ୍ ଜେଟର ଏହି ବିମାନଟି ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଭରିଥିଲା । ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ତତକ୍ଷଣାତ୍ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ବିମାନର ୨ଟି ୱିଙ୍ଗ ବଙ୍କା ହୋଇଯାଇଛି । ବିମାନରେ ୧୮୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

କେଉଁ କାରଣରୁ ବିମାନରେ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଏନେଇ ତଦନ୍ତ ଆରମ୍ଭ ହୋଇଛି । ଯାତ୍ରୀଙ୍କ କହିବା ଅନୁସାରେ , ବିମାନଟି ଅପରାହ୍ନ ସାଢେ ୧୨ଟା ସମୟରେ ଦିଲ୍ଲୀରୁ ଉଡାଣ ଭରିଥିଲା । ସେହି ସମୟରେ ବିମାନରେ କିଛି ଗଡବଡ ହୋଇଥିବା ଅନୁମାନ କରାଯାଉଥିଲା । ପରେ ଜଣାପଡିଲା ବିମାନରେ ନିଆଁ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଜରୁରୀ ଅବତରଣ ପୂର୍ବରୁ ପାଖାପାଖି ୨୫ ମିନିଟ ଯାଏଁ ବିମାନଟି ଆକାଶରେ ଥିଲା ।