ଉଡାଣ ଭରିବା ପରେ ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଆଉ ତା’ପରେ ହେଲା କଣ?

ଉଡାଣ ଭରିବା ପରେ ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଆଉ ତା’ପରେ ହେଲା କଣ?

କନକ ବ୍ୟୁରୋ : ବିମାନ ଯାତ୍ରାକୁ ଯେତେ ସୁରକ୍ଷିତ କରାଗଲେ ମଧ୍ୟ ଲୋକଙ୍କ ମଧ୍ୟରେ ଦୁର୍ଘଟଣାକୁ ନେଇ ମନରେ ଡ଼ର ରହିଥାଏ। ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ। ଅବତରଣ କରିବା ସମୟରେ ବା ଉଡ଼ାଣ ଭରୁଥିବା ବେଳେ ବିମାନ ଦୁର୍ଘଟଣାର ଶିକାର ହେବା ଖବର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ମଝି ଆକାଶରେ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଖବର ମିଳିଛି। ଫିଲିପାଇନ୍ ଏୟାରଲାଇନ୍ସ ବିମାନରେ ଏହି ଘଟଣା ଘଟିଥିବା ବେଳେ ଜଣେ ଯାତ୍ରୀ ଏହାର ଭିଡିଓ ରେକର୍ଡ କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିମାନଟି ଲସ୍ ଆଞ୍ଜେଲସରୁ ମାନିଲା ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା।

ସୂଚନା ମୁତାବକ, ଉଡାଣ ଭରିବାର ଘଣ୍ଟାକ ମଧ୍ୟରେ ହିଁ ଯାତ୍ରୀ ବିମାନ ଇଞ୍ଜିନରେ ନିଆଁ ଦେଖିଥିଲେ। ନିଆଁ ସହ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ପାଟି କରିବାକୁ ଲାଗିବା ସହ ଜଣେ ଯାତ୍ରୀ ‌ସେହି ସମୟର ଦୃଶ୍ୟକୁ ରେକର୍ଡ କରିଥିଲେ। ଯେଉଁଥିରେ ବିମାନ ଇଞ୍ଜିନରୁ ନିଆଁ ବାହାରୁଥିବାର ସ୍ପଷ୍ଟ ଦେଖାଯାଇଛି। ଅନ୍ୟ ପକ୍ଷରେ ନିଆଁ ବାହାରୁଥିବା ଦେଖି ପାଇଲଟ୍ ତୁରନ୍ତ ବିମାନଙ୍କୁ ପୁଣି ଥରେ ଲସ୍ ଆଞ୍ଜେଲସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଇଥିଲେ। ଯାହା ପାଇଁ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ପାରିଥିଲା। ବିମାନ ମଧ୍ୟରେ ୩୪୨ଯାତ୍ରୀ ଓ ୧୮ଜଣ କ୍ର୍ୟୁ ସଦସ୍ୟ ଥିଲେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe