ରାଜଧାନୀ ଦିଲ୍ଲୀର ସିଜିଓ କମ୍ପେ୍ଲକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବୁଧବାର ସକାଳେ ସିଜିଓ ପରିସର ମଧ୍ୟରେ ଅବସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନର ୫ମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳକୁ ୨୪ଟି ଦମକଳ ଯାଇ ନିଆଁ ଲିଭା ଓ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ପୂର୍ବରୁ ପର୍ଯ୍ୟାବରଣ ଭବନ ଭାବେ ପରିଚିତ ୧୧ ତାଲା ବିଶିଷ୍ଟ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନରେ ରହିଛି ମିନିଷ୍ଟ୍ରି ଅଫ୍ ସୋସିଆଲ୍ ଜଷ୍ଟିସ୍ ଏମ୍ପାଓ୍ଵରମେଣ୍ଟ୍ ଆଣ୍ଡ୍ ଡିଜାବିଲିଟି, ମିନିଷ୍ଟ୍ରି ଅଫ୍ ଏନଭାଇରୋନମେଣ୍ଟ୍, ଫରେଷ୍ଟ୍ ଆଣ୍ଡ୍ କ୍ଲାଇମେଟ୍ ଚେଞ୍ଚ୍ ସମେତ କେତେକ ମନ୍ତ୍ରାଳୟ ଅବସ୍ଥିତ।
ମିଳିଥିବା ଖବର ଅନୁସାରେ, ମିନିଷ୍ଟ୍ରି ଅଫ୍ ସୋସିଆଲ୍ ଜଷ୍ଟିସ୍ ଏମ୍ପାଓ୍ଵରମେଣ୍ଟ୍ ଆଣ୍ଡ୍ ଡିଜାବିଲିଟିରେ ପ୍ରଥମେ ନିଆଁ ଲାଗି ସବୁଆଡ଼କୁ ମାଡି ଯାଇଥିଲା। ନିଆଁଲିଭା ଅଭିଯାନରେ ବହୁ ଉଚ୍ଚକୁ ଉଠି ପାରୁଥିବା କ୍ରେନ୍ ସବୁ ସହାୟତା କରୁଛନ୍ତି। ଏ ଯାଏଁ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/tfn9evg8_cgo-complex-fire-ndtv_625x300_06_March_19.jpg)