ସୁରଟ କୋଚିଂ ସେଂଟର ଅଗ୍ନିକାଣ୍ଡ ଘଟଣା ପରେ ଓଡିଶା ଅଗ୍ନିଶମ ବାହିନୀର ତତ୍ପରତା । କେତେ ସୁରକ୍ଷିତ ରାଜ୍ୟ କୋଚିଂ ସେଂଟର?

Advertisment
ସୁରଟ କୋଚିଂ ସେଂଟର ଅଗ୍ନିକାଣ୍ଡ ଘଟଣା ପରେ ଓଡିଶା ଅଗ୍ନିଶମ ବାହିନୀର ତତ୍ପରତା । କେତେ ସୁରକ୍ଷିତ ରାଜ୍ୟ କୋଚିଂ ସେଂଟର?

କନକ ବ୍ୟୁରୋ : ସୁରଟ କୋଚିଂ ସେଂଟରରେ ଅଗ୍ନିକାଣ୍ଡ ଘଟଣା ପରେ ତତ୍ପରତା ଦେଖାଇଛି ଓଡିଶା ଅଗ୍ନିଶମବାହିନୀ । ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଂଟର ଗୁଡିକ କେତେ ସୁରକ୍ଷିତ ସେ ନେଇ ଯାଂଚ କରିବେ ଅଗ୍ନିଶମ ବାହିନୀ । ବିଭିନ୍ନ ସେଂଟରରେ ଅଗ୍ନି ନିରୋଧକ ବ୍ୟବସ୍ଥା ନେଇ ୨୨ଟି ଟିମ୍ ଏହି ଯାଂଚ କରିବେ । ଏହା ସହିତ ଅଗ୍ନିକାଣ୍ଡ ସମୟରେ ଛାତ୍ରଛାତ୍ରୀମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

publive-imageଏବଂ ଅଗ୍ନି ନିରୋଧକ ବ୍ୟବସ୍ଥା ନଥିବା କୋଚିଂ ସେଂଟର ଗୁଡିକୁ ୧୫ ଦିନ ସମୟ ମଧ୍ୟରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ତେବେ ସୁରଟରେ କୋଚିଂ ସେଂଟରରେ ଅଗ୍ନି ନିରାପକ ବ୍ୟବସ୍ଥା ନଥିବା କାରଣରୁ ନିଆଁ ଲାଗି ୨୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ସେହି ଘଟଣାକୁ ନଜରରେ ରଖି ରାଜ୍ୟରେ ଥିବା ବିଭିନ୍ନ କୋଚିଂ ସେଂଟରରେ ସୁରକ୍ଷା ଯାଂଚ କରାଯାଉଥିବା ନେଇ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe