କନକ ବ୍ୟୁରୋ: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ । ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ନିଆଁର ମାତ୍ରା ବଢିବାକୁ ଲାଗିଥିଲା । ଏହାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଗାଡି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି । ଆହୁରି ଅଧିକ ଅଗ୍ନିଶମ ଗାଡିକୁ ଚନ୍ଦ୍ରଶେଖରପୁରରୁ ମଗାଯାଇଛି । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।
ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା।
/kanak/media/post_attachments/wp-content/uploads/2021/02/Screen-Shot-2021-02-14-at-2.19.28-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)