ସମ୍ବଲପୁର ସହର ନିକଟ ଲକ୍ଷ୍ମୀଡୁଙ୍ଗୁରୀରେ ନିଆଁ: ହୁତୁହୁତୁ ହୋଇ ଜଳିଗଲା ଜଙ୍ଗଲ

ବ୍ୟାପକ କ୍ଷୟକ୍ଷତି, ମହାନଗର ନିଗମକୁ ଦୋଷ ଦେଲା ବନବିଭାଗ

98

କନକ ବ୍ୟୁରୋ: ସମ୍ବଲପୁର ମହାନଗର ସୀମା ଭିତରେ ଥିବା ଲକ୍ଷୀଡୁଙ୍ଗୁରୀରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି । ସମ୍ବଲପୁର-ହୀରାକୁଦ ରାସ୍ତାରେ ଥିବା ଲକ୍ଷୀଡୁଙ୍ଗୁରୀରେ ନିଆଁ ଲାଗିଥିବାବେଳେ ଅଳ୍ପ ସମୟ ଭିତରେ ଜଙ୍ଗଲକୁ ବ୍ୟାପିଯାଇଥିଲା ।

ସମ୍ବଲପୁର ଓ ବୁର୍ଲାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛନ୍ତି । ପ୍ରତିବର୍ଷ ନିଆଁ ଲାଗି ଏହି ଅଂଚଳରେ ବ୍ୟାପକ କ୍ଷତି ହୋଇଛି । ସମ୍ବଲପୁର ମହାନଗର ନିଗମ ପାହାଡ ନିକଟରେ ଆବର୍ଜନା ପକାଉଥିବାରୁ ସେଥିରେ ନିଆଁ ଲାଗି ଜଙ୍ଗଲ ବନ ବିଭାଗ କହିଛନ୍ତି । ଏଥିଯୋଗୁଁ ମୂଲ୍ୟବାନ ଗଛ ବି ନଷ୍ଟ ହୋଇଛି ।