କନକ ବ୍ୟୁରୋ: ଖଣ୍ଡଗିରି ପାହାଡରେ ଲାଗିଲା ନିଆଁ । ଗତକାଲି ସନ୍ଧ୍ୟାରେ ପ୍ରାୟ ୫ ଏକର ପରିମିତ ଅଚଂଳକୁ ନିଆଁ ବ୍ୟାପୀ ଯାଇଥିଲା । ତେବେ ଦମକଳବାହିନୀ ନିଆଁ ଲିଭାଇବା ପୂର୍ବରୁ କିଛି ଯବାନ ପଂହଚି ନିଆଁକୁ ଆୟତ କରିଥିଲେ । ଫଳରେ ଏକ ବଡ ଧରଣର ଅଗ୍ନିକାଣ୍ଡରୁ ଜଙ୍ଗଲରଟି ବର୍ତ୍ତି ଯାଇଛି । କେହି ଜଳନ୍ତା ବିଡି ବା ସିଗାରେଟ ଫିଙ୍ଗି ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଇଛି । ନିଆଁ ସନ୍ଧ୍ୟା ପ୍ରାୟ ୭ଟାରେ ଲାଗିଥିଲା ।
ଏ ନେଇ ଲୋକେ ଦମକଳବାହିନୀକୁ ଖବର ବି ଦେଇଥିଲେ । ତେବେ ଦମକଳ ବାହିନୀ ଆସିବା ପୂର୍ବରୁ ଯବାନ ନିଆଁକୁ ଆୟତ କରିଥିଲେ । ଜଙ୍ଗଲରେ ଶୁଖିଲା ପତ୍ର ଗଦା ହୋଇରହିଥିବାରୁ ନିଆଁ ମାଡି ଯାଇଥିଲା । ଯବାନ ଡାଳପତ୍ର ସହାୟତାରେ ବାଡେଇ ବାଡେଇ ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନକାଣ୍ଡରେ ଛୋଟ ବଡ ଗଛ ନଷ୍ଟ ହୋଇଥିଲେ ବି ବଡ କ୍ଷୟକ୍ଷତି ହୋଇନାହିଁ ।
Follow Us