କଟକ ଆନ୍ଧ୍ରା ବ୍ୟାଙ୍କ ମଙ୍ଗଳାବାଗ ଶାଖା ନିକଟ କୋଠାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୨ଟି ଦମକଳ ବାହିନୀ । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ ପାଇଁ କରୁଛନ୍ତି ପ୍ରୟାସ

Advertisment
କଟକ ଆନ୍ଧ୍ରା ବ୍ୟାଙ୍କ ମଙ୍ଗଳାବାଗ ଶାଖା ନିକଟ କୋଠାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୨ଟି ଦମକଳ ବାହିନୀ । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ ପାଇଁ କରୁଛନ୍ତି ପ୍ରୟାସ

କନକ ବ୍ୟୁରୋ: କଟକ ମଙ୍ଗଳାବାଗସ୍ଥିତ ଆନ୍ଧ୍ରା ବ୍ୟାଙ୍କ ନିକଟରେ ଥିବା ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଲିଭାଇବାକୁ ପ୍ରଥମ ୨ଟି ଅଗ୍ନିଶମ ଗାଡ଼ି ପହଂଚି ନିଆଁକୁ ଆୟତ୍ତକରିବାକୁ ଚେଷ୍ଟା ଜାରି କରିଥିବା ବେଳେ ପୁଣି ଆଉ ଏକ ଗାଡ଼ି ଆସି ପହଂଚିଛି । ପ୍ରାୟ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

publive-image

ପ୍ରଥମେ କୋଠାରେ ଥିବା ଏକ ସର୍ଜିକାଲ ଦୋକାନରେ ନିଆଁ ଲାଗି ଯାଇଥିଲା। ଏହାପରେ ଏହି ନିଆଁ  ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା। ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ ଶାଖା ଥିବା ବେଳେ ନିଆଁ ଉକ୍ତ ବ୍ୟାଙ୍କକୁ ବ୍ୟାପିନଥିବା କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ସେହିପରି ପାଖ ବିଲ୍ଡିଂକୁ ବା ବ୍ୟାଙ୍କକୁ ନିଆଁ ଯେପରି ନ ବ୍ୟାପିବ ସେନେଇ ପ୍ରାୟାସ କରାଯାଉଛି । ତେବେ ମଙ୍ଗଳାବାର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଗାଡ଼ି ଚଳାଚାଳ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe