କୋଲକାତାର ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ! ଦୁଇ ମୃତ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ

22

କନକ ବ୍ୟୁରୋ : କଲିକତାର ଗୋଲେଡନ ପାର୍କ ହୋଟେଲରେ ନିଅାଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସେ ସୁନ୍ଦରଗଡର ଚାମର କିଷାନ ବୋଲି ଜଣାପଡିଛି । ଟାଟା ଷ୍ଟିଲ କର୍ମଚାରୀ ୫୨ ବର୍ଷୀୟ ଚାମର କିଷାନ ଗୋଲଡେନ ପାର୍କରେ ରହୁଥିଲେ । ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଯଙ୍କାର ସମ୍ପତି ନଷ୍ଟ ହୋଇଛି । ନିଆଁକୁ ଆୟତ କରାଯିବା ପରେ ପାଖାପାଖି ୩୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଅନ୍ୟ ଜଣେ ମୃତକ ହେଲେ ଗୁଜୁରାଟ ସୁରତର ଅନୁପ ଅଗ୍ରୱାଲ । ଏହି ଅଗ୍ନିକାଣ୍ଡରେ ଦୁଇଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିଲେ ବି ବିଦ୍ୟୁତ ସର୍ଟସର୍କିଟରୁ ନିଅାଁ ଲାଗିଥିବାର ସନ୍ଦେହ କରାଯାଉଛି ।