ଅନୁଗୁଳ : କାଳୀପୂଜା ଭସାଣ ବେଳେ ବଡ଼ ଧରଣର ଅଘଟଣ । ଭସାଣ ଗାଡିରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ ।

420

କାଳୀପୂଜା ଭସାଣ ବେଳେ ଅନୁଗୁଳ ହେମସରପଡାରେ ଘଟିଯାଇଛି ଏକ ଅଘଟଣ । ମା’ କାଳୀଙ୍କ ବିସର୍ଜନ ଉତ୍ସବ ଚାଲିଥିବା ବେଳେ ବାଣ ଫୁଟାଇ ଖୁବ୍ ଆଡମ୍ବରର ସହ ମା’ଙ୍କୁ ମେଲାଣି ଦିଆଯାଉଥିଲା । ତେବେ ବାଣ ଫୁଟାଇବା ସମୟରେ ଦୁର୍ଭାଗ୍ୟବଶତଃ ନିଆଁ ଆସି ପଡିଥିଲା ଭସାଣ ପ୍ରତିମୂର୍ତ୍ତର୍ି ଯାଉଥିବା ଗାଡି ଉପରେ । ଗାଡିରେ ନିଆଁ ପଡିବା କାରଣରୁ ତତକ୍ଷଣାତ୍ ନିଆଁର ଆକ୍ରୋଶରେ ଆସିଯାଇଥିଲା ଗାଡି ଏବଂ ହୋଇଥିଲା ଜୋରଦାର ବିସ୍ଫୋରଣ ।

ଇଣ୍ଡଷ୍ଟ୍ରୀ ଛକ ନିକଟରେ ଘଟିଥିଲା ଏହି ଅଘଟଣ । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇଥିଲା ଦମକଳ ବାହିନୀ । ବିସର୍ଜନ ଉତ୍ସବରେ ଅନେକ ଲୋକ ସାମିଲ ହୋଇଥିଲେ ହେଁ ବିସ୍ଫୋରଣରେ କେହି ମୃତାହତ ହୋଇନଥିବା କଥା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ଗାଡିରେ ବିସ୍ଫୋରଣ ହୋଇଥିଲେ ମଧ୍ୟ ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚି ଯାଇଛନ୍ତି ଗାଡି ଚାଳକ ।