ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ! ୨୪୨ ନମ୍ବର ରୁମରେ ଏସିରୁ ନିଆଁ ଲାଗିଥିବା ସନ୍ଦେହ, ନିଆଁକୁ ଆୟତ କଲା ୧୦ ଦମକଳ ଗାଡି

31

କନକ ବ୍ୟୁରୋ: ପିଏମଓରେ ନିଆଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଥିବା ୨୪୨ନମ୍ବର କୋଠାରେ ଆଜି ଭୋରରୁ ନିଆଁ ଲାଗିଯାଇଥିଲା । ତେବେ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ୨୪୨ନମ୍ବର ରୁମରେ ଥିବା ଏସିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଖବର ଦେବା ପରେ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡ ଦ୍ୱାରା ପିଏମଓର କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ନିଆଁ ଲାଗିଛି କି ନାଇଁ ତାହା ଯାଂଚ ପରେ ଜଣାପଡିବ । ତେବେ ପ୍ରାୟ ୧ଘଂଟା ପରେ ଅଗ୍ନିଶମ ବିଭାଗର ୧୦ଟି ଗାଡି ନିଆଁକୁ ଆୟତ କରିଥିଲା । କଡା ସୁରକ୍ଷା ମଧ୍ୟରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।