ଦିଲ୍ଲୀରେ ଅଗ୍ନିକାଣ୍ଡ । ଘର ଭିତରେ ଜଳିଗଲେ ପରିବାରର ୪ସଦସ୍ୟ । ଘଟଣାଟି ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଘଟିଥିବା ବେଳେ ୪ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ସୂଚନା ମୁତାବକ, ଭୋର ୪ଟାରେ ଅଗ୍ନିଶମ ବାହିନୀକୁ ପୁରୁଣା ସୀମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଥିଲା । ଏହା ପରେ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା । କିଛି ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସେତବେଳକୁ ୪ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅଗ୍ନିଶମ ବାହିନୀ ମୃତଦେହକୁ ତୃତୀୟ ମହଲାରୁ ଉଦ୍ଧାର କରିଥିବା ବେଳେ ଧୁଆଁ ପାଇଁ ଅଣନିଶ୍ବାସ ହୋଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିପାରି ନାହିଁ।
ସର୍ଟ ସର୍କିଟ କି ଅନ୍ୟ କୌଣସି କାରଣ ପାଇଁ ନିଆଁ ଲାଗିଥିଲା, ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି। ତେବେ ହଠାତ ଏଭଳି ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/DILSHADKB1.jpg)