କନକ ବ୍ୟୁରୋ: ଆଜି ବି ସାରା ରାଜ୍ୟରେ ଜାରି ରହିଛି ଅହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ସମ୍ବଲପୁର ସବୁଠୁ ଉତପ୍ତ ସହର ପାଲଟିଛି । ସମ୍ବଲପୁରରେ ସର୍ବାଧିକ ୪୫ ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡ଼ାରେ ୪୪ ଦଶମିକ ୪ ଡିଗ୍ରୀ , ହୀରାକୁଦରେ ୪୪ଦଶମିକ ୨ଡିଗ୍ରୀ, ଭୁବନେଶ୍ୱରରେ ୪୦ ଡିଗ୍ରୀ , କେନ୍ଦୁଝରରେ ୩୯ ଡିଗ୍ରୀ, ଚାନ୍ଦବାଲିରେ ୩୬ ଦଶମିକ ୮ ଡିଗ୍ରୀ, ବାଲେଶ୍ୱରରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩ ଦଶମିକ ୮ ଡିଗ୍ରୀ, ପାରାଦୀପରେ ୩୩ ଦଶମିକ ୪ ଡିଗ୍ରୀ, ପୁରୀରେ ୩୩ ଦଶମିକ ୬ ଡିିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିଭଳି ଦିନ ୨ଟା ୩୦ଟା ସୁଦ୍ଧା ପୁରୀରେ ୭୮ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି, ପାରାଦୀପରେ ୭୭ ପ୍ରତିଶତ, ଗୋପାଳପୁରରେ ୭୫ ପ୍ରତିଶତ, ବାଲେଶ୍ୱରରେ ୭୩ ପ୍ରତିଶତ , ଚାନ୍ଦବାଲିରେ ୭୦ ପ୍ରତିଶତ, ଭୁବନେଶ୍ୱରରେ ୫୧ ପ୍ରତିଶତ, କେନ୍ଦୁଝରରେ ୪୭ ପ୍ରତିଶତ, ହୀରାକୁଦରେ ୨୭ ପ୍ରତିଶତ ରେକର୍ଡ କରାଯାଇଥିବ । ବେଳେ ସମ୍ବଳପୁରରେ ୨୫ ପ୍ରତିଶତ ଓ ଝାରସୁଗୁଡାରେ ୨୨ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି । ଗତ ୧୧ ଦିନ ହେଲା ରାଜ୍ୟରେ ତାତି ଭୟଙ୍କର ରୂପ ଧାରଣ କରିଛି । ରାଜ୍ୟର ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ରହୁଛି । ସେହିଭଳି ଭୁବନେଶ୍ୱରରେ ଆଦ୍ରତା ଗତକାଲି ତୁଳନାରେ ୧୮ ପ୍ରତିଶତ ଅଧିକ ଅର୍ଥାତ ୫୧ ପ୍ରତିଶତ ରେକର୍ଡ ହୋଇଥିବାରୁ ଗୁଳଗୁଳିର ମାତ୍ରା ସାମାନ୍ୟ ଅଧିକ ରହିଛି ।