କନକବ୍ୟୁରୋ: ମାତ୍ର କିଛି ସମୟର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପାଉଁଶ ହୋଇଗଲା ଘର । ଡ୍ରଇଁରୁମରୁ ବେଡ଼ ରୁମ୍ ଯାଏଁ ସବୁଠି ଲାଗିଥିଲା ନିଆଁ । ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଭୁବନେଶ୍ୱର ପଟିଆ ସ୍ଥିତ କେ କେ ପ୍ଲାଜା ଆପାର୍ଟମେଂଟର ୮ ମହଲାରେ ଥିବା ଏକ ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଥିଲା ।

Advertisment

ଖବର ପାଇ ଅଗ୍ନିଶମ ଟିମ ପହଂଚି ନିଆଁ କୁ ଆୟତ କରିଛନ୍ତି । କିନ୍ତୁ ସେତେବେଳକୁ ଘରର ସମସ୍ତ ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇସାରିଥିଲା । ଅନ୍ୟପଟେ କେ କେ ପ୍ଲାଜା ଆଗ୍ନିକାଣ୍ଡ ଘଟଣାକୁ ନେଇ ଇନଫୋସିଟି ଥାନାରେ ଏତଲା ଦେଇଛନ୍ତି ବିଭିନ୍ନ ଫ୍ଲାଟର ମାଲିକ । ବିଲଡ଼ର ସଂସ୍ଥା ଶ୍ରୀହରି କନଷ୍ଟ୍ରକ୍ସନ ନାଁରେ ଏତଲା ଦେଇଛନ୍ତି ଫ୍ଲାଟର ମାଲିକ ମାନେ । ଅଗ୍ନିକାଣ୍ଡର ତଦନ୍ତ କରିବାକୁ ଏମାନେ ଦାବି ଜଣାଇଛନ୍ତି ।