କନକ ବ୍ୟୁରୋ: ଭଦ୍ରକ ବାଣିତିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଙ୍କର ୧୦ ବର୍ଷର ଝିଅ ଗୁରତର ହୋଇଛନ୍ତି । ଭଦ୍ରକ ଗ୍ରାମାଂଚଳ ଥାନା ବାଣୀତିଆ ଗାଁର ମହଲାସାହିରେ ପ୍ରଭାତ ବେହେରାଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ଥିବା ପ୍ରଭାତଙ୍କ ସ୍ତ୍ରୀ ଭାରତୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ସେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତାଙ୍କର ୧୦ ବର୍ଷର ଝିଅ ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ତେବେ ଝିଅକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅଗ୍ନିକାଣ୍ଡ କିପରି ହେଲା, ତାର କାରଣ ଜଣାପଡ଼ିନାହିଁ । ତେବେ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଘଟଣ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/CKTB-NEWS-Fire-Close-Up.jpg)