ନଈରେ ଲାଗିଲା ନିଆଁ! ଆସାମରୁ ଆସିଲା ପାଣି ଉପରେ ନିଆଁ ଜଳୁଥିବାର ଚିତ୍ର

ପାଇପ ଫାଟି ନଦୀରେ ଛାଇ ଯାଇଛି ତେଲ । କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ

841

କନକ ବ୍ୟୁରୋ: ନଈରେ ଲାଗିଛି ନିଆଁ । ଆସାମର ଦିବ୍ରୁଗଡ ନିକଟ ସାସୋନି ଗାଁ ନିକଟ ଦିହିଙ୍ଗ ନଦୀରେ ନିଆଁ ଲାଗିଛି । ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବ୍ଲାଷ୍ଟ ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଦୀର୍ଘ ତିନି ହେଲା ନଦୀରେ ଲାଗିଥିବା ନିଆଁକୁ ଆୟତ କରାଯାଇପାରି ନାହିଁ । ଅନ୍ୟପଟେ ପାଣି ଉପରେ କ୍ରୁଡ ଅଏଲର ବହଳ ଆସ୍ତରଣରେ ଲାଗିଥିବା ନିଆଁ ଯୋଗୁଁ ପୁରା ଅଂଚଳ ଧୁଆଁ ଧୁଆଁ ହୋଇଯାଇଛି ।

ତେବେ ସ୍ଥାନୀୟ ପ୍ରଶାସନ ନିଆଁ ଲିଭାଇବା ପାଇଁ କୌଣସି ଉଦ୍ୟମ କରୁ ନାହାନ୍ତି । ଅନ୍ୟପଟେ ନଦୀରେ ଛାଇଯାଇଥିବା ତେଲ ଜଳୁଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ଦିହିଙ୍ଗ ନଦୀ ଦେଇ ଯାଇଥିବା ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ କୌଣସି କାରଣରୁ ଫାଟିଯାଇ ନଦୀ ଜଳରେ ତେଲ ଭାସୁଛି । ତେବେ କୌଣସି ଅସାମାଜିକ ବ୍ୟକ୍ତି ଏଥିରେ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।