ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ସଂସ୍କୃତ ବିଭାଗ କୋଠାରେ ନିଆଁ ଲାଗି କାଗଜପତ୍ର ନଷ୍ଟ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

127

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ମୁଖ୍ୟଙ୍କ କାର୍ଯ୍ୟାଳୟରେ ଆଜି ଅଗ୍ନିକାଣ୍ଡ ଘଟିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରିଛି । କାର୍ଯ୍ୟାଳୟରେ ଥିବା ଆସବାବପତ୍ର ଓ କାଗଜ ପତ୍ର ପୋଡି ଯାଇଛି । ବିଭାଗୀୟ ମୁଖ୍ୟ ଡାକ୍ତର ସୁବାସ ଚନ୍ଦ୍ର ଦାସଙ୍କ ସୂଚନା ଅନୁଯାୟୀ ଅନଲାଇନ କ୍ଲାସ ଚାଲିଥିବା ବେଳେ ଏସିରୁ ସର୍ଟସର୍କିଟ ହୋଇଥିଲା, ଏଥିରୁ ନିଆଁ ଲାଗି ଆସବାବପତ୍ର, କମ୍ପ୍ୟୁଟର, ଲାପଟପ ଆଦିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ହେତୁ ବିଭିନ୍ନ ବିଭାଗୀୟ ଫାଇଲ ପୋଡ଼ିଯାଇଛି କିନ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗୁଡ଼ିକ ସୁରକ୍ଷିତ ରହିଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମୁଖ୍ୟ ।