କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଗାଁ ମୁହାଁ ବନ୍ୟଜନ୍ତୁ । ଜଙ୍ଗଲ ଭିତରେ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ବନ୍ୟଜନ୍ତୁ । ଜୀବନ ବିକଳରେ କିଛି ବନ୍ୟଜନ୍ତୁ ନିକଟରେ ଥିବା ଗାଁକୁ ଆସୁଛନ୍ତି । କିଛି ବନ୍ୟଜନ୍ତୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମଧ୍ୟ ଜୀବନ ବଂଚାଇବାକୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

Advertisment

ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ନିହାଣଗଣ୍ଡି ଗାଁକୁ ଆସିଥିଲେ ହରିଣପଲ । ୩ଟି ହରିଣକୁ କୁକୁର ଗୋଡାଉ ଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଗୋଟିଏ ହରିଣକୁ କୁକୁର କବଳରୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରମାବାସୀ । ଅନ୍ୟ ୨ଟି ହରିଣ ଜଙ୍ଗଲକୁ ଚାଲିଯାଇଥିବା ନେଇ ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।