କନକ ବ୍ୟୁରୋ: ଝାରସୁଗୁଡା ବିଟିଏମ୍ ଅଂଚଳରେ ଥିବା ଏକ ଟେଂଟ୍ ହାଉସ୍ରେ ଭୟାନକ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଟେଂଟ୍ ହାଉସର ସମସ୍ତ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।
ଅନ୍ୟପଟେ, ବରଗଡ ହସ୍ପିଟାଲରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ରୋଗୀ । ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ମେଡିସିନ୍, ସାଲାଇନ୍, ବେଡ ସମେତ ହସ୍ପିଟାଲରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କର୍ମଚାରୀଙ୍କୁ ନିଆଁ ଆୟତ କରିବା ପାଇଁ ୨ରୁ ୩ ଘଂଟା ସମୟ ଲାଗିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ସେନେଇ କାରଣ ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/1-31.jpg)