କନକ ବ୍ୟୁରୋ: କାମାକ୍ଷାନଗରରେ ନିଆଁ ଲାଗି ଜଳିଗଲା ଆଖୁ କିଆରି । କାମାକ୍ଷାନଗର ବ୍ଲକ ହାଟୁଆରୀ ଗାଁର ୧୦ ଜଣ ଚାଷୀଙ୍କ ୪୦ ଏକର ଆଖୁ ଜମିରେ ଲାଗିଲା ନିଆଁ । ନିଆଁ ଲିଭାଇବାକୁ ଆସିଥିବା ଦମକଳ ଗାଡି ଚକରେ ନିଁଆ ଲାଗିଯିବାରୁ ନିଁଆ ଲିଭାଇ ପାରିଲାନି ଦମକଳ ବାହିନୀ । ଫଳରେ ଏବେ ବି ନିଆଁ ବ୍ୟାପିବାରେ ଲାଗିଛି ।
ସେପଟେ କିଛି ଜମିରେ ଶୁଖିଲା ଗଛରେ କୌଣସି କାରଣରୁ ନିଆଁ ଲାଗି ଏହା ଆଖୁ କିଆରୀକୁ ବ୍ୟାପି ଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଭୟରେ ଲୋକେ ବି ନିଆଁ ଲିଭାଇବାକୁ ଯାଇପାରୁନାହାନ୍ତି । କିଛି ଦିନ ପରେ ଆଖୁ ଅମଳ ହୋଇଥାନ୍ତା । ତେବେ ଆଖୁ କିଆରୀ ଜଳିଯିବା ପରେ କରଜ କରି ଆଖୁ ଫସଲ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି ।