କନକ ବ୍ୟୁରୋ: ଓଡିଶାର ୨୧୪ ସ୍ଥାନରେ ଏବେ ବି ଜଳୁଛି ଜଙ୍ଗଲ । ଯାହା ଭିତରେ ରହିଛି ଶିମିଳିପାଳ । କୁହାଯାଉଛି ଯେ, ଶିମିଳିପାଳ ଜଙ୍ଗଲରେ ନିଆଁ ଭୟଙ୍କର ରୂପ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ କିଛି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଯେଉଁ କାରଣରୁ ଏସିଆର ଦ୍ୱିତୀୟ ବୃହତମ ଜୈବ ମଣ୍ଡଳର ସ୍ଥିତି ସଂଗୀନ ହୋଇପଡିଛି ।
ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ସ୍ଥାନରେ ଦୁଇରୁ ତିନିଦିନ ହେଲା ନିଆଁ ଜଳୁଥିଲେ ମଧ୍ୟ ଲିଭିବା ନାଁ ନେଉନାହିଁ । ବିଶେଷଜ୍ଞ କହିବା ହେଲା ଏନେଇ ବନ ବିଭାଗ ପାଖରେ ଖବର ଥିଲେ ମଧ୍ୟ କିଛି ଠୋସ ପଦ କ୍ଷେପ ଗ୍ରହଣ କରାଯାଇ ନାହିଁ । ମୋଟ୍ ୨୭ ଶହ ୪୫ ବର୍ଗ କିଲୋମିଟର ଅଂଚଳକୁ ଶିିମିଳିପାଳ ଜଙ୍ଗଲ ବ୍ୟାପିଛି । ତେଣୁ ହଜାରେ, ଦୁଇ ହଜାର କର୍ମଚାରୀରେ ନିଆଁ ଲିଭାଇବା ସହଜ ନୁହେଁ ବୋଲି କୁହାଯାଉଛି ।
ଗତକାଲି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ନିଆଁ ଆୟତ୍ତାଧୀନ ବୋଲି କୁହାଯାଇଥିଲା । ଏଥିସହ ସେଠାରେ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ସବୁ ପ୍ରକାର ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଜଙ୍ଗଲରେ ଏବେ ନିଆଁର ପରିମାଣ ବଢୁଥିବା ସୂଚନା ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/similipal-burning.jpg)