ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ । ମୁଖ୍ୟ ବଜାରରେ ଥିବା ମାର୍କେଟ କମ୍ପେ୍ଲକ୍ସରେ ନିଆଁ : ୫ଟି ଦୋକାନର କୋଟିଏ ଟଙ୍କାରୁ ଅଧିକ ସମ୍ପିତି ପୋଡିଜଳି ନଷ୍ଟ

1,298

କନକ ବ୍ୟୁରୋ : ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ । ରାଇରଙ୍ଗପୁର ସହର ମୁଖ୍ୟ ବଜାରରେ ଥିବା ଫ୍ରେଣ୍ଡସ କର୍ଣ୍ଣର ମାର୍କେଟ କମ୍ପେକ୍ସ ନିଆଁ । ଅଗ୍ନିକାଣ୍ଡରେ କମ୍ପେ୍ଲକ୍ସର ୫ଟି ଯାକ ବଡ଼ ଦୋକାନରେ ଥିବା ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ରାତି ୩ଟାରେ ଏହି ନିଆଁ ଲାଗିଥିଲା ।

ନିଆଁକୁ ଆୟତ କରିବା ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ଦମକଳ ବାହିନୀ । ପୋଲିସ ପ୍ରଶଶସନ ଘଟଣା ସ୍ଥଳରେ ପହଂଚି ରାସ୍ତା ବ୍ଲୋକେଜ କରି ପାଖାପାଖି ଦୋକାନୀକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଗ୍ନିକାଣ୍ଡର କାଣ ଜଣାପଡ଼ିନଥିବା ବେଳେ କୋଟିଏରୁ ଅଧିକ ସମ୍ପତି ପୋଡ଼ି ଜଳି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି ।