କନକ ବ୍ୟୁରୋ : ସରକାରୀ ଗାଇଡ ଲାଇନକୁ ମେଡିକାଲ କତ୍ତୁପକ୍ଷଙ୍କ ଫୁ । ବିଭିନ୍ନ ସମୟରେ ମେଡିକାଲରେ ନିଆଁ ଲାଗିବାକୁ ନେଇ କେନ୍ଦ୍ରସରକାର ଏକ ଗାଇଡଲାଇନ ଜାରି କରିଥିଲେ । ସେଥିରେ ସେ କହିଥିଲେ କି ଯେଉଁ ହସ୍ପିଟାଲରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଠିକ୍ ନାହିଁ ତାହାକୁ ଯାଂଚ କର ଏବଂ ଭୂଲ ତୃଟିଥିଲେ ସେମାନଙ୍କର ଲାଇସେନ୍ସ ରଦ୍ଦ କର । ହେଲେ ଏହି ଗାଇଡ ଲାଇନକୁ କେହି ମାନୁନଥିବା ଭଳି ମନେ ହେଉଛି । କିଛି ଦିନ ତଳେ ଓଡିଶାର କିଛି କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିଲା । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଂଚ କରାଯାଇଥିଲେ ବି ଆଜି କଟକରେ ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି ।
ଜଗତପୁର ନିକଟରେ ଥିବା ସଦଗୁରୁ ହସ୍ପିଟାଲରେ ନିଆଁ ଲାଗିଛି । ହେଲେ କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିଲେ ବି ହସ୍ପିଟାଲରେ ଥିବା ୨୦ ଟି ଆଇସିୟୁ ଏଥିରେ ପ୍ରଭାବିତ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରହିଛି । ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୨୭ ଜଣ କରୋନା ରୋଗୀଙ୍କୁ ଆମ୍ବୁଲାନ୍ସ ସହାୟତାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମଳିଛି ।
ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ କମିଶନର, ସିଏମସି କମିଶନର, ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ଆରଡିସି ପହଂଚି ଘଟଣାର ତଦାରଖ କରୁଛନ୍ତି । କହିରଖୁ କି ୩ ବର୍ଷ ତଳେ ସମ୍ ହସ୍ପିଟାଲରେ ନିଆଁ ଲାଗି ଅନେକ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସେତେବେଳେ ରାଜ୍ୟସରକାର କିଛି ଗାଇଡ ଲାଇନ ପ୍ରସ୍ତୁତ କରିଥିଲେ । ହେଲେ ୩ ବର୍ଷ ପରେ ବି ସେହି ଗାଇଡଲାଇ କିଭଳି ପାଳନ ହେଉଛି ତାହା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି ।