କନକ ବ୍ୟୁରୋ: ପୁରୀ ବସଷ୍ଟାଣ୍ଡରେ ନିଆଁ । ସୋମବାର ପୁରୀ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦୁଇଟି ବସରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଛିଡା ହୋଇଥିଲେ । ଏହି ସମୟରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ଓ ଖବର ପାଇଁ ଅଗ୍ନିଶମ ବିଭାଗ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ଏଥିରେ ଦୁଇଟି ବସ୍ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବସରେ କୌଣସି ଯାତ୍ରୀ ନଥିବାରୁ କେହି ବି ଏଥିରେ ଆହତ କିମ୍ବା ମୃତାହତ ହୋଇଥିବା ଖବର ମିଳିନି ।
ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ । ୨ ବସ ନଷ୍ଟ, ନିଆଁ ଲିଭାଉଛନ୍ତି ଅଗ୍ନିଶମ ବାହିନୀ ।
/kanak/media/post_attachments/wp-content/uploads/2021/03/Screen-Shot-2021-03-15-at-6.39.55-PM.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)