ଜଳିଗଲା ଜଙ୍ଗଲ: କାକଟପୁର ଗଣିପୁର ନିକଟରେ ଥିବା ପାଖୁଡି ବଣରେ ଲାଗିଲା ନିଆଁ, ୨୦ ଏକରରୁ ଅଧିକ ପାଖୁଡି ପୋଡି ପାଉଁଶ

55

କନକ ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ନିକଟ ଗଣିପୁର ଜଙ୍ଗଲରେ ନିଆଁ । ଜଙ୍ଗଲ ସହ ପାଖରେ ଥିବା ପାଖୁଡି ବଣରେ ନିଆଁ ଲାଗିଯାଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନୀଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ୪ଟି ଅଗ୍ନିଶମ ଟିମ ନିଆଁକୁ ଆୟତ କରିଛନ୍ତି । ନିଆଁ ଲାଗିବା ପରେ ପବନ ଅଧିକ ଯୋଗୁ ନିଆଁ ସବୁଆଡେ ବ୍ୟାପିଯାଇଥିଲା । ନିଆଁ ଲାଗି ପ୍ରାୟ ୨୦ ଏକରରୁ ଅଧିକ ପାଖୁଡି କିଆରୀ ପୋଡି ପାଉଁଶ ହୋଇଯାଇଛି । ୧୦ ଏକର ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନୀଶମ ଟିମ୍ ୪ଘଂଟା ପରିଶ୍ରମ କରି ନିଆଁକୁ ଆୟତ କରିଛନ୍ତି ।