କନକ ବ୍ୟୁରୋ: ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନରେ ନିଆଁ । ଗୋଟିଏ ବଗି ଜଳିପୋଡି ପାଉଁଶ । ଏକ୍ସପ୍ରେସ ଟ୍ରେନର ଅନ୍ୟ ବଗିକୁ ବ୍ୟାପୁଛି ନିଆଁ । ନିଆଁ ଲାଗିବା ଦେଖି ତଳକୁ ଡେଇଁଲେ ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛି । ସେପଟେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଉତ୍ତରପ୍ରଦେଶର ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ: ନିଆଁ ଲାଗିବା ଦେଖି ତଳକୁ ଡେଇଁଲେ ଲୋକେ
/kanak/media/post_attachments/wp-content/uploads/2023/11/36-5.jpg)