କନକ ବ୍ୟୁରୋ : ବଡ଼ବିଲ ବଜାରରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଗୋଟିଏ ସାଇକେଲ ଦୋକାନ, ଗୋଟିଏ ଟାୟର ଦୋକାନ ସମେତ ୩ଟି ଦୋକାନ ଜଳିଯାଇଛି । ବଡ଼ବିଲ ମଧୂସୁଦନ ଛକରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ କୌଣସି ନିଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ । ତେବେ ଅଗ୍ନିକାଣ୍ଡ ଯୋଗୁଁ ଟାୟାର ଦୋକାନର ସମସ୍ତ ଟାୟାର, ଦୁଇଟି ମେସିନ୍, ୨୦ରୁ ଅଧିକ ନୂଆ ଓ ପୁରୁଣା ସାଇକେଲ ପୋଡ଼ିଯାଇଛି । ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଥିଲେ ।
ବଡ଼ବିଲ ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୩ଟି ଦୋକାନ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
/kanak/media/post_attachments/wp-content/uploads/2021/04/10-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)