କନକ ବ୍ୟୁରୋ: ରାଜ୍ୟରେ ତାତି ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ କାମାକ୍ଷାନଗରର ଓ ମୟୂରଭଞ୍ଜ କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି । ଅନ୍ୟପଟେ ଏହି ନିଆଁକୁ ବନବିଭାଗ ଆୟତ୍ତ କରିପାରିନି । ଯାହା ଫଳରେ ବହୁମୂୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।
ଏପଟେ ଜଙ୍ଗଲ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ରାସ୍ତାରେ ଯାଉଥିବା ୫ଜଣ ଯାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା-କରଂଜିଆ ରାସ୍ତାରେ । ସୂଚନା ଅନୁସାରେ, ପ୍ରାୟ ଚାରି ଦିନ ହେବ ସେଠାରେ ନିଆଁ ଲାଗି ଜଙ୍ଗଲ ଜଳୁଛି । ଆଜି ଅଚାନକ ପବନ ଜୋରରେ ବହିବାରୁ ଜୁଆଳିକାଟ ଛକ ନିକଟରେ ନିଆଁ ରାସ୍ତା ଉପରକୁ ଉଡି ଆସିଥିଲା ଯାହା ଫଳରେ ନିଆଁକୁ ଦେଖି ଭୟଭୀତ ହୋଇ ପଡିଥିଲେ ସେହି ସମୟରେ ରାସ୍ତାରେ ଯାଉଥିବା ଗାଡି ଚାଳକ । ଏହି ସମୟରେ ଅଟୋରେ ଥିବା ୫ ଜଣ ଯାତ୍ରୀ ନିଅାଁ ଉପରକୁ ଛିଟିକି ପଡିଥିଲେ । ସେମାନେ ନିଆଁରେ ପୋଡି ହୋଇ ଆହତ ହୋଇଥିବା ବେଳେ ସେମାନଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/vlcsnap-2021-02-28-17h35m48s128.png)