ଗ୍ରୀଷ୍ମରେ ଜଙ୍ଗଲରେ ନିଆଁ । ପିସିସିଏଫ କହିଲେ, ଅସରାଏ ବର୍ଷା ନହେଲେ ସାଂଘାତିକ ସ୍ଥିତି ।

ଗ୍ରୀଷ୍ମରେ ଜଙ୍ଗଲରେ ନିଆଁ । ପିସିସିଏଫ କହିଲେ,  ଅସରାଏ ବର୍ଷା ନହେଲେ ସାଂଘାତିକ ସ୍ଥିତି ।

କନକ ବ୍ୟୁରୋ : ଜଙ୍ଗଲରେ ଲାଗିଛି ନିଆଁ, ବର୍ଷା ନହେଲେ ଆଗକୁ ଉପୁଜିବ ସାଂଘାତିକ ସ୍ଥିତି । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏହାକୁ ଆୟତ୍ତ ମଧ୍ୟ କରାଯାଉଛି । ଏପରିକି ଗତକାଲି ଗତକାଲି ୧୩୮୦ ପଏଣ୍ଟରେ ନିଆଁ ଲାଗିଥିଲା। ଯେଉଁଥିରୁ ପ୍ରାୟ ୯୩ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି।

ସେହିଭଳି ଫେବ୍ରୁଆରୀରୁ ଏବେ ସୁଦ୍ଧା ଯେତେ ଜାଗାରେ ନିଆଁ ଲାଗିଛି, ସବୁ ଯାକ ମନୁଷ୍ୟକୃତ। ଆମେ ୯୭ ପ୍ରତିଶତ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛୁ। ଭଗବାନଙ୍କୁ ଡାକୁଛୁ ଜଲଦି ବର୍ଷା ହେଉ ,ବର୍ଷା ହେଲେ ଯାଇ ନିଆଁ ଲିଭିବ । ଯେହେତୁ ଅକ୍ଟୋବରରୁ ବର୍ଷା ନାହିଁ, ତେଣୁ ବର୍ଷା ହେବା ଆବଶ୍ୟକ ନଚେତ ସାଂଘାତିକ ସ୍ଥିତି ଉପୁଜିପାରେ । ଏବେ ୧୬ହଜାର ବନ ସୁରକ୍ଷା ସମିତି ଏବଂ ୨୮୦ଟି ଅଗ୍ନି ନିରୋଧକ ସ୍ପେଶାଲ ଟିମ ନିୟୋଜିତ ହୋଇଛନ୍ତି। ସଚେତନତା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe