ଗୃହମନ୍ତ୍ରଣାଳୟର ଦ୍ୱିତୀୟ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ । ବିଭିନ୍ନ ସାମଗ୍ରୀ ଜଳି ପାଉଁଶ

97

କନକ ବ୍ୟୁରୋ : ଦିଲ୍ଲୀରେ ଅସହ୍ୟ ଗରମ ଭିତରେ ନିଆଁ ଲାଗିବା ଘଟଣା ଏବେ ସାଧାରଣ ହୋଇଯାଇଛି । ଆଜି କେନ୍ଦ୍ରୀୟ ସଚିବାଳୟ ସ୍ଥିତ ନର୍ଥ ବ୍ଲକରେ ଥିବା ଗୃହମନ୍ତ୍ରଣାଳୟର କୋଠାରେ ନିଆଁ ଲାଗିଛି । ମଙ୍ଗଳବାର ସକାଳେ ଗୃହମନ୍ତ୍ରଣାଳୟର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇଁ ଅଗ୍ନିସମ ବିଭା ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।

ଅଗ୍ନିସମ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଏହି ଅଗ୍ନିକାଣ୍ଡରେ କାହାରି ମୃତ୍ୟୁ ହୋଇନାହିଁ କି କେହି ଆହାତ ହୋଇନାହାଁନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଅଗ୍ନିକାଣ୍ଡ ଖବର ପାଇବା ପରେ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଂଚି ସକାଳ ୯.୩୫ ମିନିଟ୍ ସୁଦ୍ଧା ନିଆଁକୁ ଆୟତ କରିଥିଲା । ଜଣେ ଅଧିକାରୀଙ୍କ କହିବା ମୁତାବକ ଏହି ଅଗ୍ନିକାଣ୍ଡରେ ଅଫିସରେ ଥିବା ଜେରକ୍ସ ମେସିନ, କିଛି କମ୍ପ୍ୟୁଟର ଓ କିଛି ଦସ୍ତାବିଜ ଜଳି ପାଉଁଶ ହୋଇଯାଇଛି । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା କୁହାଯାଉଛି ।