କନକ ବ୍ୟୁରୋ : ଜଳୁଛି ନୟାଗଡ । ଜିଲ୍ଲାର ବିଭିନ୍ନ ଜଂଗଲର ପ୍ରାୟ ୩୮୦ଟି ସ୍ଥାନରେ ନିଆଁ ଲାଗିଛି । ଅନେକ ମୂଲ୍ୟବାନ ଗଛପତ୍ର ପୋଡି ପାଉଁଶ ହେବାକୁ ଲାଗିଛି । ବନଖଣ୍ଡ ଅଧିନରେ ଥିବା ପ୍ରାୟ ପ୍ରତ୍ୟେକ ଅଂଚଳ ଧୂଆଁମୟ ହୋଇଯାଇଛି । ଲୋକମାନେ ମଧ୍ୟ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ନିଆଁ ଲିଭା କାମ ଚାଲିଛି ।
ଅତ୍ୟାବଶ୍ୟକ କ୍ଷେତ୍ରରେ ୨୦ ଟି ଫାୟାର ଗାଡି କାମ କରୁଛନ୍ତି । ନିଆ ଦାଉରୁ ରକ୍ଷା କରାଇବା ପାଇଁ ୨୬୦ କ୍ୟାମ୍ପର ଆୟୋଜନ କରାଯାଇଛି । ତଥାପି ଜଂଗଲରେ ବ୍ୟାପକ ଭାବରେ ଗଛରୁ ଝଡି ପଡିଥିବା ଶୁଖିଲା ପତ୍ର ନିଆଁ ବ୍ୟାପିବାରେ ସାହାଯ୍ୟ କରୁଛି । ଏଭଳି ନିଆଁ ପାଇଁ ବନ ବିଭାଗ ନାକେଦମ ହେଉଥିବା ବେଳେ ନିଆଁ ଲଗାଉଥିବା ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2021/03/vlcsnap-2021-03-08-08h54m22s528.png)