ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ । ଦିଲ୍ଲୀର ପତପରଗଞ୍ଜ ଅଞ୍ଚଳରେ ଲାଗିଲା ନିଆଁ , ୧ ମୃତ ।

77

କିଛି ଦିନ ହେଲାଣି ଭାରତର ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ଦିନକୁ ଦିନ ବଢିଚାଲିଛି । ଏହି କ୍ରମରେ ଆଜି ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ହୋଇଛି । ପତପରଗଞ୍ଜ ପାଖ ଅଞ୍ଚଳରେ ଆଜି ସକାଳୁ ନିଆଁ ଲାଗିଯାଇଛି । ଦିଲ୍ଲୀ ପୋଲିସ୍ କହିବାନୁସାରେ , ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ନିଆଁ ଲାଗିଯିବା ଅଞ୍ଚଳରେ ୩୨ ଫାୟାର୍ ଟେଣ୍ଡର ରହିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି । ତେବେ ଏନେଇ ଅଧିକ କିଛି ସୂଚନା ମିଳିପାରିନାହିଁ ।

ଏହାପୂର୍ବରୁ ଚଳିତ ବର୍ଷର ଦ୍ୱିତୀୟ ଦିନରେ ହିଁ ଦିଲ୍ଲୀର ପିରାଗଢୀ ପାଖ ଓକାୟା ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିବା କାରଣରୁ ଅନେକ ଧନସଂପତ୍ତି ନଷ୍ଟ ହୋଇଥିଲା । ନିଆଁ ଲାଗିବା କାରଣରୁ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ବିଲଡିଙ୍ଗର କିଛି ଅଂଶ ମଧ୍ୟ ତଳେ ପଡିଥିଲା । ଯେଉଁଥିରେ କିଛି ଲୋକ ମଧ୍ୟ କ୍ଷତାହତ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ କିଛି ଅଗ୍ନିଶମ ବିଭାଗ କର୍ମୀ ମଧ୍ୟ ଆହତ ହୋଇଥିଲେ ।