୧୨ ଏକର ଜମିର ଧାନଫସଲ ପୋଡି ପାଉଁଶ: ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା; ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ

82

କନକ ବ୍ୟୁରୋ: ଜଳିଗଲା ୧୨ ଏକରରୁ ଉଦ୍ଧ୍ୱର୍ ଧାନ ଫସଲ । ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି । ସାନଖେମୁଣ୍ଡି ପାଟପୁର ମହାଲକ୍ଷୀ୍ମ ମନ୍ଦିର ସାହି ବିଲ ଖଳାରେ ନିଆଁ ଲାଗି ବ୍ୟାପକ ଧାନ ଫସଲ ପୋଡ଼ି ପାଉଁଶ ହୋଇଛି । କରେଂଟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପାଟପୁରର ରବି ସ୍ୱାଇଁଙ୍କର ପ୍ରାୟ ୧୨ ଏକରରୁ ଉର୍ଦ୍ଧ ଧାନ ଫସଲ ପୋଡ଼ି ପାଉଁଶ ହୋଇଛି । ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛନ୍ତି ।