କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା କ୍ୱିଂଟାଲ କ୍ୱିଂଟାଲ ଧାନ । ବଲାଙ୍ଗିର ଲୋଇସିଂହା ବ୍ଲକ ଯୋଗୀସୁର୍ଡ଼ା ଗାଁର ପାଂଚ ଜଣ ଚାଷୀଙ୍କ ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଛି । ସୁଚନା ଅନୁସାରେ ସକାଳୁ ସକାଳୁ ଚାଷୀ ମାନେ ଧାନ ଖଳାରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଗାଁ ଲୋକେ ।

Advertisment

publive-image

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । ଗାଁର ୫ଜଣ ଚାଷୀଙ୍କ ପ୍ରାୟ ୨ଶହ କୁଇଂଟାଲ ଧାନ ପୋଡ଼ି ଛାରଖାର ହୋଇଛି । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଧାନ ଗଦାରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।ଚାଷୀମାନେ ତାଙ୍କର ବର୍ଷକର ପରିଶ୍ରମ ହରାଇ ବସିଥିବା ବେଳେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।