ଚିଲିକା ନଳବଣରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହେଇ ଜଳୁଛି ନଳବଣ ।

Advertisment
ଚିଲିକା ନଳବଣରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହେଇ ଜଳୁଛି ନଳବଣ ।

କନକ ବ୍ୟୁରୋ: ହୁତୁହୁତୁ ହୋଇ ଜଳିଲା ଚିଲିକାର ନଳବଣ । ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକର ଏକର ନଳବଣ ନିଆଁରେ ପୋଡି ପାଉଁଶ ହେଇଯାଇଛି। ତେବେ ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ଚିଲିକାର କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ। ଯାହାଫଳରେ ବହୁ ବିରଳ ଫିସିଂ କ୍ୟାଟ ସହ ଜଳଚର ଜୀବ ଏବଂ ବିଦେଶାଗତ ପକ୍ଷୀ ପୋଡି ଯାଇଥିବା ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ, ମତ୍ସ୍ୟଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି। ବର୍ତ୍ତମାନ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe