ଫୋନି ପରେ କାଳ ହେଲା ନିଆଁ, ଚାନ୍ଦବାଲି ଧାନଖଣିଆ ଗାଁ ରେ ଭୟାଭୟ ଅଗ୍ନିକାଣ୍ଡ ! ୧୦ ପରିବାରର ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Advertisment
ଫୋନି ପରେ କାଳ ହେଲା ନିଆଁ, ଚାନ୍ଦବାଲି ଧାନଖଣିଆ ଗାଁ ରେ ଭୟାଭୟ ଅଗ୍ନିକାଣ୍ଡ ! ୧୦ ପରିବାରର ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଧାନଖଣିଆ ଗ୍ରାମରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଭୂଇଁବୃତ୍ତି ପଞ୍ଚାୟତର ଧାନଖଣିଆ ଗ୍ରାମରେ ଆଜି ଦିନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିବା ଫଳରେ ୧୦ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଫନି ବାତ୍ୟା ପରେ ଲୋକେ ନିଜର ଉଜୁଡା ଘର ସଜାଡୁଥିବା ବେଳେ ଧାନଖଣିଆ ଗ୍ରାମର ରାମଚନ୍ଦ୍ର ମାଝିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେପରେ ଏହି ନିଆଁ ଗାଆଁର ଅନ୍ୟ ଘରକୁ ବ୍ୟାପିଥିଲା।

ଗତକାଲି ଗାଆଁକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ତେବେ ଖବର ପାଇବା ପରେ ସ୍ଥାନୀୟ ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚିବା ସହ ନିଆକୁ ଆୟତ୍ତ କରିଥିଲେ । ତେବେ ଏହି ନିଆଁର ପରିମାଣ ଏତେ ଅଧିକ ଥିଲା ଯେ, ଘରର ଅନେକ ସମ୍ପତ୍ତି ପୋଡିଜାଳି ନଷ୍ଟ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe