କନକ ବ୍ୟୁରୋ: ରାଜ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଜଣାପଡିଛି । ସୂଚନା ମୁତାବକ ଝଡବେଳଦା ନିକଟରେ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ବ୍ୟାଟେରୀ ରୁ ସଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିବା ଜଣାପଡିଛି ।
ଅନ୍ୟପଟେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ଜୀବନ ବିକଳରେ ଗାଡିରୁ ତୁରନ୍ତ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୁଚନା ମିଳିଛି । ତେବେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ କରିଥିବା ଜଣାପଡିଛି ।
ତେବେ ସିମେଣ୍ଟ ବୋଝେଇ ଏହି ୧୦ ଚକିଆ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ଯାହାଫଳରେ ଟ୍ରକରେଥିବା ସମସ୍ତ ସିମେଣ୍ଟ ନଷ୍ଟ ହୋଇଯିବା ସହ ଟ୍ରକଟି ମଧ୍ୟ ସମୁର୍ଣ୍ଣ ପୋଡିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Trruck.jpg)