ରାସ୍ତା ଉପରେ ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଗଲେ ଡ୍ରାଇଭର

125

କନକ ବ୍ୟୁରୋ : ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ କାର ଚାଳକ । କଟକ ଚାଉଳିଆଗଂଜ ଥାନା ସମ୍ମୁଖରେ ଦେଖିବାକୁ ମଳିଛି ଏହି ଘଟଣା । ସୂଚନା ମୁତାବକ ଆଜି କଟକରୁ ଭୁବନେଶ୍ୱର ଯାଉଥିବା କାରଟି ଚାଉଳିଆଗଂଜ ଥାନା ସମ୍ମୁଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗି ଯାଇଥିଲା ।

ଘଟଣା ସମ୍ପର୍କରେ ଚାଉଳିଆଗଂଗ ପୋଲିସ ଖବର ପାଇ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଂଚି ନିଆଁକୁ ଆୟତ କରିଛନ୍ତି ।