source : Oneindia Hindi
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଏକ ତମ୍ବୁରେ ନିଆଁ ଲାଗିବା ବେଳେ ବିହାରର ରାଜ୍ୟପାଳ ରାଜ୍ୟପାଳ ଲାଲଜୀ ଟଣ୍ଡନ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଲାଲଜୀ ଟଣ୍ଡନ ସେକ୍ଟର ୨୦ରେ ଅରେଲ ଅଞ୍ଚଳରେ ଥିବା ତ୍ରିବେଣୀ ତମ୍ବୁ ସିଟିରେ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ଅଢେଇଟା ବେଳେ ତମ୍ବୁରେ ନିଆଁ ଲାଗିଥିଲା। ଏହାପରେ ଲାଲଜୀ ଟଣ୍ଡନଙ୍କୁ ସେଥିରୁ ରକ୍ଷା କରାଯାଇ ରାତି ପ୍ରାୟ ସାଢେ ତିନିଟା ବେଳେ କୁମ୍ଭ ମେଳାର ସର୍କିଟ ହାଉସକୁ ସ୍ଥାନାନ୍ତରିତ କରାଯାଇଥିଲା।
ଯେତେବେଳେ ତମ୍ବୁରେ ନିଆଁ ଲାଗିଥିଲା, ସେତେବେଳେ ଲାଲଜୀ ଗଭୀର ନିଦ୍ରାରେ ଶୟନ କରିଥିଲେ। ତେବେ ନିଆଁ ଲାଗିବା ଯୋଗୁଁ ରାଜ୍ୟପାଳଙ୍କର କିଛି ଅନିଷ୍ଟ ହୋଇ ନାହିଁ ,କିନ୍ତୁ ତାଙ୍କର ମୋବାଇଲ,ଚଷମା ଓ ଘଣ୍ଟା ଆଦି ସେଥିରେ ଜଳିଯାଇଛି। ଏଯାଏଁ ଏହି ଅଗ୍ନିକାଣ୍ଡର କାରଣ ସଂପର୍କରେ ସଠିକ୍ ତଥ୍ୟ ମିଳି ନାହିଁ। ଏହା ଏଭଳି ପ୍ରଥମ ଘଟଣା ନୁହେଁ, ଆଗରୁ ମଧ୍ୟ ନିଆଁ ଲାଗିଥିଲା।
Follow Us
/kanak/media/post_attachments/wp-content/uploads/2019/02/lalaji-tandon_2019021311310541_650x-300x202.jpg)