ଡିଏମୟୁରେ ନିଆଁ । ବାଙ୍ଗିରିପୋଷି ଷ୍ଟେସନରେ ସର୍ଟସର୍କିଟ ଯୋଗୁଁ ଟ୍ରେନରେ ଲାଗିଲା ନିଆଁ । ଯାତ୍ରୀ ସୁରକ୍ଷିତ

434

କନକ ବ୍ୟୁରୋ: ମୟୂରଭଞ୍ଜ ବାଙ୍ଗିରିପୋଷି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ବାଙ୍ଗିରିପୋଷି-ବାଲେଶ୍ବର ଡିଏମୟୁ ଟ୍ରେନରେ ଲାଗିଛି ନିଆଁ । ସର୍ଟ ସର୍କିଟ ଯୋଗୁଁ ଆଜି ଅପରାହ୍ନରେ ନିଆ ଲାଗିଛି ।

ତେବେ ଷ୍ଟେସନରେ ବାଙ୍ଗିରିପୋଷି ଟ୍ରେନ ଛିଡା ହୋଇଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗିଥିଲା । ଖବର ପାଇ ଷ୍ଟେସନରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରେନଟି ଚେକିଂ ପରେ ପୁଣି ବାଲେଶ୍ବର ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ରହଛି।

ଦିନ ୧.୦୫ ମିନିଟର ଷ୍ଟେସନରେ ଟ୍ରେନ ଲାଗିବା ପରେ ନିଆଁ ଲାଗିଥିଲା । ପ୍ରଥମେ ଟ୍ରେନ୍‌ର ବ୍ୟାଟେରିରେ ନିଆଁ ଲାଗିବା ପରେ ଚାରିଆଡ଼କୁ ବ୍ୟାପିଥିଲା । ତେବେ
ପୁରୁଣା ଇଞ୍ଜିନର ରକ୍ଷଣାବେକ୍ଷଣା ଅଭାବ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ରେଳ କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ଶାନ୍ତନୁ କୁମାର ଦାଶ କହିଛନ୍ତି।