କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ : ଆଖପାଖ ଅଂଚଳ ଧୂଆଁ ଧୂଆଁ; କେମିତି ଲାଗିଲା ନିଆଁ, କାରଣ ଅସ୍ପଷ୍ଟ 

ନିଆଁକୁ ଆୟତ କରିବାକୁ ୬ଟି ଦମକଳ ଗାଡି ନିୟୋଜିତ 

46

କନକ ବ୍ୟୁରୋ : ପୁଣି ଲାଗିଲା ନିଆଁ । କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରିବାକୁ କଟକ ଚୌଦ୍ୱାର ଓ ଏଆରସିର ଦମକଳ ନିୟୋଜିତ ହୋଇଛନ୍ତି । ଦୀର୍ଘ ସମୟରୁ ନିଆଁ ଲାଗିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପର୍ଯ୍ୟନ୍ତ ଲାଗି ଥିବା ନିଆଁକୁ ଆୟତ କରାଯାଇ ନାହିଁ । ପାଖାପାଖି ୬ଟା ଦମକଳ ନିଆଁ ଲଭା କାର୍ଯ୍ୟରେ ଲାଗିଥିବା ବେଳେ ନିଆଁ କେମିତି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।