ଆଜମେର୍-ପୁରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ । କାରଣ ଅସ୍ପଷ୍ଟ, ଯାତ୍ରୀ ଭୟଭୀତ । 

312

କନକ ବ୍ୟୁରୋ : ଅନୁଗୁଳ ହଣ୍ଡପା ଷ୍ଟେସନ ନିକଟରେ ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ହଠାତ ଗୁରୁବାର ଅପରାହ୍ନରେ ନିଆଁ ଲାଗିଥିଲା । ଏହି ନିଆଁ ଲାଗିବା ଖବର ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଦିଆଯାଇଥିଲା । ଖବର ପାଇ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ହଣ୍ଡପା ଷ୍ଟେସନ୍‌ ନିକଟରେ ଛିଡା ହୋଇଥିବା ଆଜମେର-ପୁରୀ ଏକ୍ସପ୍ରେସ୍‌ରେ ଧୁଆଁ ବାହାରିବା ପରେ ହଠାତ ନିଆଁ ଲାଗି ଯାଇଥିଲା । ଟ୍ରେନ୍‌ ଇଞ୍ଜିନ୍‌ରେ ନିଆଁ ଲାଗିବା ଖବର ପାଇବା ପରେ ଏହି ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା ।

ତେବେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଯାତ୍ରୀଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଥିଲେ । ତେବେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଟ୍ରେନ୍‌ ଇଞ୍ଜିନ୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ପାରି ନଥିଲା ।