ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କରାଗଲା ଉଦ୍ଧାର, ଅଳ୍ପକେ ବର୍ତ୍ତିଲା ଜୀବନ ।

159

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁଁ ଲାଗିଛି । ଘଟଣାରେ ପରିବାରର ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗି ଥିଲା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପରିବାରରେ ଜଣଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା । ଶ୍ରାଦ୍ଧ ସରିବା ପରେ ପରିବାର ସମସ୍ତ ସଦସ୍ୟ ଶୋଇବାକୁ ଯାଇଥିଲେ । ଏହି ସମୟରେ ନିଆଁ ଲାଗିଯିବାରୁ ଏଥିରେ ମା, ଝିଅ, ପୁଅ ଓ ନାତୁଣୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଏଥିରେ ଜଣଙ୍କ ଶରୀରରୁ ୪୦ ପ୍ରତିଶତ ପୋଡ଼ି ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଶରୀର ୨୦ରୁ ୩୦ ପ୍ରତିଶତ ନିଆଁ ଲାଗିଯାଇଥିବା ପୋଲିସ କହିଛି ।