ହୁତୁହୁତୁ ହୋଇ ଜଳିଗଲା ୫ ବସ୍ । ଗ୍ୟାରେଜରେ ୱେଲଡିଂ ବେଳେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

527

କନକ ବ୍ୟୁରୋ: ହୁତୁହୁତୁ ହୋଇ ଜଳିଗଲା ୫ ବସ୍ । ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଭାବନୀୟ ଘଟଣା । ଗ୍ୟାରେଜରେ ୱେଲଡିଂ ବେଳେ ବସରେ ନିଆଁ ଲାଗିଥିବା ସୂଚନା ରହିଛି । ଗୋଟିଏ ବସ୍ ନିଆଁ ଲାଗିବା ପରେ ପରବର୍ତୀ ସମୟରେ ଅନ୍ୟ ବସକୁ ନିଆଁ ବ୍ୟାପିଯାଇଥିଲା । ଆଉ ଚାହୁଁଚାହୁଁ ୫ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।