ମହଙ୍ଗା ପଡିଲା ‘ଫାୟାର ହେୟାରକଟ୍’ । ପୋଡିଗଲା ଯୁବକଙ୍କ ଶରୀରର ଅନେକ ଅଂଶ

ମହଙ୍ଗା ପଡିଲା ‘ଫାୟାର ହେୟାରକଟ୍’ । ପୋଡିଗଲା ଯୁବକଙ୍କ ଶରୀରର ଅନେକ ଅଂଶ

କନକ ବ୍ୟୁରୋ: ଯୁବକଙ୍କୁ ମହଙ୍ଗା ପଡିଲା ଷ୍ଟାଇଲିସ୍ ‘ଫାୟାର ହେୟାର କଟ୍’ । ସେଲୁନରେ ନିଆଁ ଲଗାଇ ଚୁଟି କାଟୁ କାଟୁ ହଠାତ୍ ନିଆଁ ଅନିୟନ୍ତ୍ରିତ ହୋଇଯାଇଥିଲା । ଫଳରେ ଯୁବକଙ୍କ ବେକ ଓ ଛାତି ପୋଡିଯାଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବୁଧବାର ଦିନ ଯୁବକଙ୍କ କେଶରେ ନିଆଁ ଲଗାଯାଉଥିବା ବେ ଳେ ତାହା ବାର୍ବରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ସେ ତରୁଣଙ୍କ ବେକ ଓ ଛାତି ପୋଡ଼ି ଗଲା। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ସେଠାରେ ତାଙ୍କୁ ବଲ୍‌ସାଡ୍‌ସ୍ଥିତ ‘ସିଭିଲ୍‌ ହସ୍ପିଟାଲ୍‌’କୁ ରେଫର୍‌ କରାଯାଇଥିବା କଥା ବାପି ଥାନା ପୁଲିସ କହିଛି।

ତଦନ୍ତକାରୀ ଅଧିକାରୀ କରମସିଂହ ମକ୍‌ୱାନା କହିଛନ୍ତି ଯେ, ସେ ୧୮ ବର୍ଷିୟ ତରୁଣ ଓ ବାରିକଙ୍କଠାରୁ ବୟାନ ଆଣିବା ପାଇଁ ଉଦ୍ୟମ ଚାଲିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ‘ଫାୟାର୍‌ ହେୟାର୍‌କଟ୍‌’ ନିମନ୍ତେ ତା’ର ମୁଣ୍ଡରେ ଗୋଟାଏ ପ୍ରକାରର ରାସାୟନିକ ପଦାର୍ଥ ଲଗାଯାଇଥିବାରୁ ତା’ର ଶରୀରର ଉପର ଅଂଶ ସାଙ୍ଘାତିକ ଭାବେ ପୋଡ଼ିଯାଇଛି। ମୁଣ୍ଡରେ ବୋଳା ଯାଇଥିବା ରାସାୟନିକ ପଦାର୍ଥଟି କ’ଣ ତାହା ଜାଣିବା ପାଇଁ ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe