କନକ ବ୍ୟୁରୋ : ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନଟି ପୁରୀ ଫେରୁଥିବା ବେଳେ ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଥିଲା । ଦିନ ପାଖାପାଖି ୧୦ଟା ୩୦ରେ ଟ୍ରେନର ଥିବା ପ୍ୟାଂଟ୍ରି କାରରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଟ୍ରେନରୁ ପ୍ୟାଂଟ୍ରି କାରକୁ ଅଲଗା କରାଯାଇଥିଲା । ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

Advertisment

ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଂଚି ନିଆଁକୁ ଆୟତ କରିଥିଲେ । ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବର୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ଟ୍ରେନରେ ୨୨ଟି କୋଚ୍ ମଧ୍ୟରୁ ୧୩ ତମ କୋଚରେ ପ୍ୟାଂଟ୍ରି କାର ରହିଥିଲା । ଅଗ୍ନିକାଣ୍ଡ ପରେ ଦିନ ପାଖାପାଖି ୧୨ଟା ୧୦ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ।